Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅଧାରେ ରହିଲା ନବଦମ୍ପତିଙ୍କ ହନିମୁନ୍,କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

Posted on December 29, 2025

ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ ଗୁରୁବାର ଗାନ୍‌ଭି ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିଲେ। ସୂରଜ ବେଙ୍ଗାଲୁରୁରୁ ମହାରାଷ୍ଟ୍ରର ନାଗପୁର ଯାଇ ଶନିବାର ସେଠାରେ ଆତ୍ମହତ୍ୟା କରିଥିବାବେଳେ ସାଙ୍ଗରେ ଯାଇଥିବା ତାଙ୍କ ମାଆ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।
ବାହାଘର ପରେ ଉଭୟ ହନିମୁନ୍‌ ପାଇଁ ଶ୍ରୀଲଙ୍କା ଯାଇଥିଲେ। ତେବେ ବିବାଦ ଦେଖାଦେବାରୁ ସେମାନେ ହନିମୁନ୍‌କୁ କାଟଛାଣ୍ଟ କରି ଗତ ସପ୍ତାହରେ ବେଙ୍ଗାଲୁରୁ ଫେରିଥିଲେ। ଶାଶୁଘରେ ଗାନ୍‌ଭି ପ୍ରତ୍ୟାଖ୍ୟାତ ଓ ଅପମାନର ସମ୍ମୁଖୀନ ହେବାରୁ ବାପଘର ଲୋକେ ଝିଅକୁ ନିଜ ପାଖକୁ ନେଇଯାଇଥିଲେ। ଗତ ମଙ୍ଗଳବାର ଗାନ୍‌ଭି ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରି ଭେଣ୍ଟିଲେଟରରେ ରଖିଥିବାବେଳେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ସୂରଜ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ସେମାନଙ୍କ ଗିରଫ ପାଇଁ ଘର ଆଗରେ ବିକ୍ଷୋଭ କରିଥିଲେ। ସୂରଜ ଓ ତାଙ୍କ ମା’ ଜୟନ୍ତୀ ନାଗପୁର ପଳାଇଥିଲେ। ସେଠାରେ ଏକ ହୋଟେଲରେ ଉଭୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସୂରଜଙ୍କ ମୃତ୍ୟୁ ଘଟିଥିବାବେଳେ ଜୟନ୍ତୀ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme