Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅଣାୟତ୍ତ ପନିପରିବା ଦର: ବିଭିନ୍ନ ଜିଲାରେ ଯୋଗାଣ ବିଭାଗର ଚଢ଼ାଉ

Posted on December 2, 2025

ରାଜ୍ୟରେ ଗତ କିଛିଦିନ ଧରି ପନିପରିବା ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ଜିଲାରେ କଡ଼ାକଡ଼ି ଚଢ଼ାଉ କରାଯାଇଛି। ଦରବୃଦ୍ଧି ରୋକିବା ଏବଂ ଯୋଗାଣ ଶୃଙ୍ଖଳା ବଜାୟ ରଖିବା ଉପରେ ବିଭାଗ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି।

ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ନିର୍ଦ୍ଦେଶକ୍ରମେ କ୍ଷେତ୍ର କର୍ମଚାରୀମାନେ ରାଜ୍ୟର ପ୍ରମୁଖ ବଜାରଗୁଡ଼ିକରେ ଯାଞ୍ଚ କରିଛନ୍ତି। ଚଳିତ ବର୍ଷ ଅନେକ ସ୍ଥାନରେ ଅଦିନିଆ ବର୍ଷା ଯୋଗୁଁ ସ୍ଥାନୀୟ ଫସଲ ନଷ୍ଟ ହୋଇଯାଇଥିଲା। ଫଳରେ ଓଡ଼ିଶାକୁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ଭଳି ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା।

ବର୍ତ୍ତମାନ ବଜାରକୁ ସ୍ଥାନୀୟ ଫସଲର କିଛି ମାତ୍ରାରେ ଆମଦାନୀ ହେତୁ ପନିପରିବା ଦରରେ ସାମାନ୍ୟ ହ୍ରାସ ଘଟିଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦୁଇ ସପ୍ତାହ ମଧ୍ୟରେ ସ୍ଥାନୀୟ ଋତୁକାଳୀନ ଫସଲ ବହୁଳ ମାତ୍ରାରେ ବଜାରକୁ ଆସିବ। ଏହା ଦ୍ୱାରା ପନିପରିବା ଦର ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି।

ଯୋଗାଣ ଶୃଙ୍ଖଳ ନିରବଚ୍ଛିନ୍ନ ରଖିବା ସହିତ ଖାଉଟିମାନେ ଯେପରି ଉଚିତ ମୂଲ୍ୟରେ ପନିପରିବା ପାଇପାରିବେ, ସେଥିପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme