
ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜ ସୁନାଖଳା ଫାଣ୍ଡି ଅନ୍ତର୍ଗତ 57 ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡିକୁ ମୋଟର ସାଇକେଲ ଧକ୍କା ଦେଇଛି। ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ପାନନଗର ଗାଁର ଅଜୟ ମହାନ୍ତି ଙ୍କ ପୁଅ ଶୁଭମ୍ ମହାନ୍ତି(୧୭) ବୋଲି ଜଣାପଡିଛି। ଗୁରୁତର ଯୁବକ ରାଜେନ୍ଦ୍ର ତାରେଣିଆ(୧୭)ଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ ଭୁବନେଶ୍ୱର ଏମସ୍ ଏବଂ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ରାଜ ସୁନାଖଳା ଫାଣ୍ଡି ଉପ ନିରୀକ୍ଷକ ରମେଶ ଚନ୍ଦ ଯେନା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।
