ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଲ ଥାନା ଡୁଙ୍ଗୁରିପାଲି ଗ୍ରାମର ରେଖା ଦଣ୍ଡ ସେନା ( ୧୭) ଆଜି ସକାଳୁ ମର୍ନିଂଗ ୱାର୍କ ଯାଇଥିବା ବେଳେ ଜଣେ ଝିଅର ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଛି । ପାଇକମାଲ ଠାରୁ ନୂଆପଡା ରାସ୍ତାର ଲଉଡ଼ମାଲ ଛକ ଘଟିଛି ଏହି ଅଘଟଣ। କୌଣସି ଏକ ଅଜଣା ଗାଡି ଆଜି ଧକ୍କାଦେଇ ଚାଲି ଯାଇଥିଲା । ପରେ ପରିବାରଲୋକେ ଖବର ପାଇ ଘଟଣାସ୍ଥଳକୁ ପହଁଚି ଥିଲେ। ହେଲେ ତାଙ୍କର ଜୀବନ ନଥିଲା । ଶବକୁ ପଦ୍ମପୁର ଶବ ବ୍ୟବଛେଦ ପାଇଁ ଅଣାଯାଇଛି ଓ ପୋଲିସ ଗାଡ଼ି ଧକ୍କାଦେଇ ଚାଲିଯାଇଛି ତାର ଯାଞ୍ଚ କରୁଛି।
