
ଶ୍ଵଶୁର ଘରୁ ଫେରୁଥିଲେ ଯୁବକ। ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଜୀବନ। ଯାଜପୁର ଜିଲ୍ଲା ବଡ଼ଚଣା ଥାନା କଡେଇ ଛକ ନିକଟରେ ରବିବାର ବିଳମ୍ଵିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ କଟକ ଜିଲ୍ଲା ମାହାଙ୍ଗା ଥାନା ଜଗନ୍ନାଥପୁର ଗ୍ରାମର ଶେଖ ମକସୁଦଙ୍କ ପୁଅ ଶେଖ ମଞ୍ଜୁର ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ଶେଖ ମଞ୍ଜୁର ରବିବାର ରାତିରେ ଧର୍ମଶାଳା ଥାନା ନେଉଳପୁରସ୍ଥିତ ଶ୍ୱଶୁର ଘରୁ ନିଜ ଘରକୁ ସ୍କୁଟି ଯୋଗେ ଯାଉଥିଲେ। କଡେଇ ଛକ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ବଡ଼ଚଣା ପୁଲିସ ପହଞ୍ଚି ମୃତଦେହ ଜବତ କରି ବଡ଼ଚଣା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ସ୍କୁଟି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

