Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅକ୍ଟୋବର ମାସରେ ମ୍ୟୁଚୁଆଲ୍‌ ଫଣ୍ଡ୍‌ କ୍ଷେତ୍ରରେ ଏସ୍‌ଆଇପି ରେକର୍ଡ

Posted on November 12, 2025

ଚଳିତବର୍ଷ ଅକ୍ଟୋବର ମାସରେ ମ୍ୟୁଚୁଆଲ୍‌ ଫଣ୍ଡ୍‌ କ୍ଷେତ୍ରରେ ଏସ୍‌ଆଇପି (ସି‌ଷ୍ଟମେଟିକ୍‌ ଇନଭେଷ୍ଟମେଣ୍ଟ୍‌ ପ୍ଲାନ୍‌) ନିବେଶ ଭଲ ରହିଛି। ଏସ୍ଆଇପି ନିବେଶ ‌ସ୍ତର ରେକର୍ଡ ୨୯,୫୨୯ କୋଟିରେ ପହଞ୍ଚିଛି। ସେପ୍ଟେମ୍ବର ମାସରେ ଏହା ୨୯,୩୬୧ କୋଟି ଟଙ୍କାରେ ରହିଥିଲା ବୋଲି ଆମ୍ଫି(ଆସୋସିଏସନ୍ ଅଫ୍ ମ୍ୟୁଚୁଆଲ୍‌ ଫଣ୍ଡ୍‌ସ ଇନ୍‌ ଇଣ୍ଡିଆ) ତଥ୍ୟରୁ ଜଣାଯାଇଛି। ଟଙ୍କା ଜମା ହୋଇଥିବା ଏସ୍‌ଆଇପି ଆକାଉଣ୍ଟ ସଂଖ୍ୟା ଅକ୍ଟୋବରରେ ୯.୪୫ କୋଟିକୁ ବୃଦ୍ଧି ପାଇଛି। ସେପ୍ଟେମ୍ବରରେ ଏହି ଆକାଉଣ୍ଟ ସଂଖ୍ୟା ୯.୨୫ କୋଟି ରହିଥିଲା। ତେବେ ମୋଟ ଏସ୍‌ଆଇପି ଆକାଉଣ୍ଟ ସଂଖ୍ୟା ୯.୮୮ କୋଟିକୁ ବୃଦ୍ଧି ପାଇଛି, ଯାହା ସେପ୍ଟେମ୍ବରରେ ୯.୭୩ କୋଟିରେ ରହିଥିଲା।
ଏସ୍‌ଆଇପି ଜରିଆରେ ସଂପ୍ରତି ୧୬.୨୫ ଲକ୍ଷ କୋଟି ଟଙ୍କାର ସଂପତ୍ତି ପରିଚାଳିତ ହେଉଛି। ସେପ୍ଟେମ୍ବରରେ ଏହି ରାଶି ୧୫.୫୨ ଲକ୍ଷ କୋଟିରେ ରହିଥିଲା। ଅର୍ଥାତ୍‌ ମ୍ୟୁଚୁଆଲ ଫଣ୍ଡ୍‌ରେ ପରିଚାଳିତ ହେଉଥିବା ମୋଟ ସଂପତ୍ତିରେ ଏସ୍‌ଆଇପିର ଅଂଶ ପ୍ରାୟ ୨୦.୩ ପ୍ରତିଶତ ସ୍ତରରେ ରହିଛି। ବିଶେଷଜ୍ଞଙ୍କ ମତରେ ମ୍ୟୁଚୁଆଲ ଫଣ୍ଡରେ ଖୁଚୁରା ନିବେଶକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଗାମୀ ଦି‌ନରେ ଏସ୍‌ଆଇପି ରାଶି ମଧ୍ୟ ବଢ଼ିବ। ଭାରତର ମ୍ୟୁଚୁଆଲ ଫଣ୍ଡ୍ ଶିଳ୍ପର ଆକାର ବଢ଼ି ବଢ଼ି ଚାଲିଛି। ଅକ୍ଟୋବରରେ ଏହା ରେକର୍ଡ ୭୯.୮୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସେପ୍ଟେମ୍ବର ତୁଳନାରେ ଏହି ରାଶି ୪.୨୬ ‌ଲକ୍ଷ କୋଟି ବା ୫.୬୩ ପ୍ରତିଶତ ଅଧିକ ରହିଛି ବୋଲି ରିପୋର୍ଟରୁ ଜଣାଯାଇଛି।


ଅନ୍ୟପକ୍ଷରେ ଏସ୍‌ଆଇପି ଷ୍ଟପେଜ୍‌ ରେସିଓ ବା ଏସ୍‌ଆଇପି ବନ୍ଦ ଅନୁପାତ ଅକ୍ଟୋବର ମାସରେ ପ୍ରାୟ ୭୫ ପ୍ରତିଶତ ରହିଛି। ସେପ୍ଟେମ୍ବର ମାସରେ ଏହା ୭୬.୩ ପ୍ରତିଶତ ରହିଥିଲା। ଏସ୍‌ଆଇପି ଷ୍ଟପେଜ୍‌ ରେସିଓ ଜରିଆରେ କେତେ ନିବେଶକ ଏସ୍‌ଆଇପି ବନ୍ଦ କରିଥାନ୍ତି ବା ସ୍ଥଗିତ ରଖିଥାନ୍ତି ତାହା ମପା ଯାଇଥାଏ। ଗତ ୨ ବ‌‌ର୍ଷ ହେଲା ଏହି ଅନୁପାତରେ ବଡ଼ ଅସ୍ଥିରତା ଦେଖାଦେଇଛି। ୨୦୨୪ର ଅଧିକାଂଶ ମାସରେ ଏହି ଅନୁପାତ ୫୦ରୁ ୬୦ ପ୍ରତିଶତ ଭିତରେ ରହିଥିଲା। ଅର୍ଥାତ୍‌ ଏସ୍‌ଆଇପି ବନ୍ଦ ହାର ମଧ୍ୟମ ଧରଣର ରହିଥିଲା। କିନ୍ତୁ ୨୦୨୫ ଜାନୁଆରିରେ ଏହି ଅନୁପାତ ୧୦୯ ପ୍ରତିଶତକୁ ଏବଂ ଏପ୍ରିଲରେ ୨୯୬ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଉକ୍ତ ଅନୁପାତ ୧୦୦ରୁ ଅଧିକ ରହିବା ଅର୍ଥ ଗୋଟିଏ ମାସରେ ଯେତିକି ନୂଆ ଏସ୍‌ଆଇପି ଖୋଲା ଯାଉଥିଲା ‌ତାହାଠାରୁ ଅଧିକ ଏସ୍‌ଆଇପି ବନ୍ଦ ହେଉଥିଲା। ବଜାର ଅସ୍ଥିରତା ଏବଂ ବ୍ୟକ୍ତିଗତ ନଗଦ ଅର୍ଥ ସମସ୍ୟା ଯୋଗୁ ଏଭଳି ସ୍ଥିତି ଦେଖାଦେଇଥାଏ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme